ନୂଆଦିଲ୍ଲୀ,୦୯/୧୨: ସ୍କୁଲରେ ବୋମା । ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲକୁ ବୋମା ଧମକ ମିଳିଛି । ଦିଲ୍ଲୀର ଦୁଇଟି ପ୍ରମୁଖ ଡିପିଏସ ଓ ଜିଡି ସମେତ ୪୦ ସ୍କୁଲକୁ ବୋମା ଧମକ ମିଳିଛି । ସ୍କୁଲରେ ବୋମା ଥିବା ନେଇ ଇମେଲ ଆସିଥିବା ଜଣାପଡିଛି । ଧମକପୂର୍ଣ୍ଣ ମେଲ ଆସିବା ପରେ ପିଲାମାନେ ଘରକୁ ପଳାଇଥିବା ଜଣାପଡିଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇମେଲ ଜରିଆରେ ସ୍କୁଲରେ ବେମା ଥିବା ଧମକ ଆସିଥିବା ଜଣାପଡିଛି । ଆରକେ ପୁରମରେ ଦିଲ୍ଲୀ ବ୍ଲିକ ସ୍କୁଲ ଓ ପଶ୍ଚିମ ବିହାରରେ ଥିବା ଜିଡି ଗୋନେକା ସ୍କୁଲକୁ ବୋମା ଧମକ ମିଳିଛି । ଧମକପୂର୍ଣ୍ଣ ମେଲ ଆସିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କୁ ଘରକୁ ପଠାଇ ଦେଇଥିବା ଜଣାପଡିଛି । ଘଟଣା ନେଇ ପୋଲିସ ଜାଣିବା ପରେ ସ୍କୁଲରେ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍କୁଲରେ ବୋମା ଥିବା ଧମକ ଦେବା ସହ ୩୦ ହଜାର ଡଲାର ଦାବି ହୋଇଥିବା ଜଣାପଡିଛି ।

ଡିପିଏସ ଓ ଜିଡି ସମେତ ଏକାଧିକ ସ୍କୁଲକୁ ବୋମା ଧମକ ମିଳିଛି । ମଦର ମାରୀ ସ୍କୁଲ, ବ୍ରିଟିଶ ସ୍କୁଲ, ସାଲୱାନ ପବ୍ଲିକ ସ୍କୁଲ, କାମ୍ବରେଜ ସ୍କୁଲକୁ ମଧ୍ୟ ଇମେଲ ଜରିଆରେ ବୋମା ଧମକ ମିଳିଛି । ପାଖାପାଖି ୪୦ଟି ସ୍କୁଲକୁ ଧମକ ଆସିଥିବା ଖବର ମିଳିଛି । ଧମକ ଆସିବା ପରେ ସ୍କୁଲରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଅଗ୍ନିଶମ ବିଭାଗ ଓ ବମ୍ ସ୍କ୍ବାର୍ଡ ସ୍କୁଲ ପରିସରରେ ଯାଞ୍ଚ ଆରମ୍ଭ କରିଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । କିଏ ଧମକପୂର୍ଣ୍ଣ ଇମେଲ ପଠାଇଛି ତାର ତଦନ୍ତ ଜାରି ରହିଛି ।